ରାଜ୍ୟରେ ମଦ୍ୟପାନ କରି ମରିଛନ୍ତି ୫୨ ଜଣ , ସୂଚନା ଦେଲେ ମନ୍ତ୍ରୀ

ରାଜ୍ୟରେ ମଦ ନେଇଛି ୫୨ ଜଣଙ୍କ ଜୀବନ। ବିଧାନସଭାରେ ଚାଲିଥିବା ପ୍ରଶ୍ନକାଳରେ, ରାଜ୍ୟରେ ମଦରୁ କେତେ ରାଜସ୍ୱ ପାଉଛନ୍ତି ସରକାର। କେତେ ଲୋକଙ୍କର ମଦ ନେଲାଣି ଜୀବନ। ପ୍ରଶ୍ନର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

died

ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ରେକର୍ଡ ରହିଛି। ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା।

୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪ ରେ ଏହାର ପରିମାଣ ବଢି ୭୭୫୬.୧୪ କୋଟି ଟଙ୍କାରେ ପହଞ୍ଚିଲାଣି। ଠିକ୍‌ ସେହିପରି ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୩୮୫୯ ରହିଛି।

ରାଜ୍ୟ ସରକାର ଗତ ୩ ବର୍ଷରେ ମଦରୁ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି। ଏହାସହ ୨୧-୨୨ ମସିହାରେ ୫ ହଜାର ୪୨୮ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୨-୨୩ ରେ ୬ ହଜାର ୪୫୫ କୋଟି ଏବଂ ୨୩-୨୪ରେ ୭ ହଜାର ୨୧୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+