ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ରାସ୍ତା ନାହିଁ; ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ

ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ସବୁଦିନିଆ ରାସ୍ତା ନାହିଁ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ।

ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ ପଚାରିଥିଲେ ଯେ, ବର୍ତ୍ତମାନ ଗ୍ରାମ ପଞ୍ଚାୟତ ରାସ୍ତା ଓ ପଞ୍ଚାୟତ ସମିତି ରାସ୍ତା ସମଗ୍ର ରାଜ୍ୟରେ କେତେ କି.ମି. ଚଳିତ ଆର୍ଥିକ ବର୍ଷରେ ସରକାର କେତେ ଟଙ୍କା ପ୍ରବଧାନ କରିଥିଲେ, କେତେ ରାସ୍ତା ନିର୍ମାଣ କରିଛନ୍ତି ବ୍ଳକ ଓ ଜିଲ୍ଲାୱାରୀ । ଏହା ସହ ବର୍ତ୍ତମାନ ସୁଦ୍ଧା କେତେଗୋଟି ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ, ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମର ନାମ, ବ୍ଳକ ଓ ଜିଲ୍ଲାୱାରୀ ତଥ୍ୟ ଦେବେ କି?

rabi naik

ଏବଂ କେଉଁ ସଂସ୍ଥା ଦ୍ବାରା କେବେ ଉପରୋକ୍ତ ସର୍ବେକ୍ଷଣ କରାଯାଇ ଅସଂଯୋଜିତ ରାଜସ୍ବ ଗ୍ରାମ ଓ ପଡା ଗ୍ରାମ ଗୁଡିକୁ ଚିହ୍ନଟ କରାଯାଇଅଛି, ସଂସ୍ଥାଙ୍କ ନାମ ପ୍ରକାଶ କରିବେ କି ; ରାଜସ୍ବ ଗ୍ରାମ ଓ ପଡାଗ୍ରାମ ଗୁଡିକରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର କଣ କଣ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି ଏବଂ କେବେ ସୁଦ୍ଧା କରିବେ; 2025-26 ଆର୍ଥିକ ବର୍ଷରେ କେଉଁ ବିଭାଗକୁ କେତେ ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା ହସ୍ତାନ୍ତର କରାଯାଇଛି, ବ୍ଲକ ଓ ଜିଲ୍ଲାୱାରୀ ତଥ୍ୟ ଦେବେ କି ?

ଏହାର ଉତ୍ତରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ରବି ନାରାୟଣ ନାଏକ କହିଛନ୍ତି ବର୍ତ୍ତମାନ ସମଗ୍ର ରାଜ୍ୟରେ ୧,୨୨,୫୩୩.୪ କି.ମି. ରାସ୍ତା ପଞ୍ଚାୟତ ଓ ପଞ୍ଚାୟତ ସମିତି ଅଧୀନରେ ଅଛି । ଚଳିତ ଆର୍ଥିକ ବର୍ଷରେ ସରକାର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ୭୩୭,୮୧,୮୦,୯୬୨ (ସାତ ଶହ ସଇଁତିରିଷ କୋଟି ଏକାଅଶି ଲକ୍ଷ ଅଶି ହଜାର ୯୬୨) ଟଙ୍କା ପ୍ରବଧାନ କରାଯାଇ ଯାଇଅଛି ଏବଂ ବସ୍ବ ଗ୍ରାମ ୨୬୪୩.୮ କି.ମି. ରାସ୍ତା ନିର୍ମାଣ କରାଯାଇଅଛି । ବର୍ତ୍ତମାନ ସୁଦ୍ଧା ୫୦୦୮ ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ । ଗ୍ରାମସଭା ଓ ପଞ୍ଚାୟତ ସମିତି ଅଧିକାରୀଙ୍କ ଦ୍ବାରା ସର୍ବେକ୍ଷଣ କରାଯାଇ ଅସଂଯୋଜିତ ରାଜସ୍ବ ପଡା ଗ୍ରାମ ଗୁଡିକୁ ଚିହ୍ନଟ କରାଯାଉଅଛି। ରାଜସ୍ବ ଗ୍ରାମ ଓ ପଡାଗ୍ରାମ ଗୁଡିକରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଯଥା ବିକଶିତ ଗାଁ ବିକଶି କଶିତ ଓଡ଼ିଶା, MGNREGS ଓ CFC/SFC ମାଧ୍ୟମରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଯେତେ କମ ସମୟରେ ସମ୍ଭବ ସମସ୍ତ ରାଜସ୍ବ ଗ୍ରାମ ଓ ପଡାଗ୍ରାମ ଗୁଡିକରେ ସବୁଦିନିଆ ରାସ୍ତା ନିର୍ମାଣ କରାଯିବ। ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ବ ବିଭାଗକୁ ସମୁଦାୟ ୫୧୫୪ କି.ମି. ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା ହସ୍ତାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+