ପ୍ରଥମ ପର୍ଯ୍ୟାୟରେ ଉନ୍ନତି ହେବ ୫୦୦ ଆଦିବାସୀ ଗାଁ; ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ

ଉନ୍ନତ ହେବ ଆଦିବାସୀ ବହୁଳ ଗାଁ । ପ୍ରଥମ ପର୍ଯ୍ୟାୟରେ ୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ଏହାପରେ ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ଯେଉଁ ଗାଁଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ ।

ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି। ଆଦିବାସୀ ଗାଁ ଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକ ମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ, ମାତୃ ଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ ।

500 tribal villages
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲାଗୁ କରି ବର୍ଷରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁକୁ ବିକଶିତ କରାଯିବ ପଟେ ଆହୁରି ଅଧିକ ଗାଁକୁ ବିକଶିତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+