ଆଗାମୀ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ: ମୋହନ ମାଝୀ

୫ ବର୍ଷରେ ୫୦ ବର୍ଷର ବିକାଶ ହେବ । ରାଜ୍ୟ ଅତିଥି ଭବନରେ ସାଧାରଣ ଜନତାଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଆଗାମୀ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ । ଓଡ଼ିଶାରେ ଲୋକେ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ କରିଛନ୍ତି । ଦୀର୍ଘ ୨୪ ବର୍ଷ ଶାସନ ପରେ ବି ଲୋକଙ୍କ ମୌଳିକ ସମସ୍ୟା ଦୂର ହେଲାନି । ମୁଁ ସାଧାରଣ ପରିବାରରୁ ଆସିଛି, ଲୋକଙ୍କ ସମସ୍ୟା ଦେଖିଛି' । ଏବେ ଲୋକେ କିପରି ନ୍ୟାୟ ପାଇବେ, ମୋ ସରକାର ଧ୍ୟାନ ଦେବ' । ଯାହାଙ୍କ ପ୍ରତି ଅନ୍ୟାୟ ହୋଇଛି, ନୂଆ ସରକାର ସେମାନଙ୍କୁ ନ୍ୟାୟ ଦେବ

ଲୋକଙ୍କ ପାଖରେ ସେବା ପହଂଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ମିଳିପାରିଲା ନାହିଁ । ବିଗତ ଦିନରେ ଲୋକମାନେ ବହୁତ କଷ୍ଟ ପାଇଥିଲେ , ଏଥିସହ ଏହି ଲମ୍ବା ସମୟ ମଧ୍ୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଦେଖା କରିବା ଏସବୁ ବହୁତ ପରିମାଣରେ କମିଯାଇଥିଲା । ଲୋକମାନଙ୍କୁ ସିଧାସଳଖ ଭେଟୁନଥିଲେ । ଏବେ ପରିବର୍ତ୍ତନ ହୋଇଛି । ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦରକାର ଆଉ ମୁଁ ମଧ୍ୟ ଲୋକମାନଙ୍କ ସହ ଭେଟିବାକୁ ଚାହୁଁଛି । ଯେହେତୁ ମୁଁ ସାଧାରଣ ସ୍ତରରୁ , ତୃଣମୂଳ ସ୍ତରରୁ ଆସିଛି । ତୃଣମୂଳ ସ୍ତରର ଲୋକଙ୍କ ସହ ମିଶିବାକୁ ପଡିବ , ସେମାନଙ୍କ କଥା ସମସ୍ୟା ଶୁଣିବାକୁ ପଡିବ । ଏବେ ଲୋକମାନେ ଲୋକଙ୍କ ମୁଖ୍ୟମନ୍ତ୍ରୀ ପାଇଛନ୍ତି ,ଲୋକଙ୍କଠାରୁ ବିଭିନ୍ନ ପରାର୍ମଶ ମିଳୁଛି ।

Mohan Majhi

ଲୋକଙ୍କୁ ସେବା ଓ ନ୍ୟାୟ ଦେବାକୁ ବିଜେପି ସରକାର ବଦ୍ଧପରିକର । ସାଢ଼େ ୪ କୋଟି ଲୋକଙ୍କ ଆଶୀର୍ବାଦରୁ ଓଡ଼ିଶାର ବିକାଶ ଦ୍ରୁତ ହେବ । ଓଡ଼ିଶାର ବିକାଶକୁ ଶିଖରରେ ପହଞ୍ଚାଇବାକୁ ଯେଉଁ ଦାୟିତ୍ଵ ମିଳିଛି, ତୁଲାଇବି । ୨୪ ବର୍ଷର ସରକାରରେ ଯାହା ହୋଇନଥିଲା ଆମେ ତାହା କରି ଦେଖାଇବୁ । ବିଜେପି ସରକାର ଲୋକଙ୍କ ସରକାର, ସାଧାରଣ ଜନତାଙ୍କ ସରକାର । ଏ ସରକାର ଲୋକଙ୍କ ପାଖକୁ ଯିବ, ମୋଦି ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଓଡ଼ିଶାରେ ବିକାଶ ଇଞ୍ଜିନ୍ ଦୌଡିବ । ଭାରତରେ ଓଡ଼ିଶା ୧ନଂ ରାଜ୍ୟ ହେବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+