ଡେଲି ମାର୍କେଟରେ ଭୟାବୟ ଅଗ୍ନିକାଣ୍ତ, ଜଳିଗଲା ୫୦ ଦୋକାନ

fire

କେନ୍ଦୁଝର:ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ତ । ଜଳିଗଲା ୫୦ରୁ ଅଧିକ ଦୋକାନ । ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଇଲା ଅଗ୍ନିଶମ ବାହିନୀ । କାରଣ ଅସ୍ପଷ୍ଟ ।

ସୂଚନା ଅନୁସାରେ, ସୋମବାର ସକାଳ ୫ଟାରେ ଡେଲି ମାର୍କେଟରେ ଭୟଙ୍କର ନିଆଁ ଲାଗିଯାଇଥିଲା । ପ୍ରଥମେ ଏକ ବାସନ ଦୋକାନରେ ନିଆଁ ଲାଗିଥିଲା ପରେ ପୂରା ମାର୍କେଟକୁ ନିଆଁ ବ୍ୟାପି ଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ୩ଟି ଦମ କଳବାହିନୀ ଗାଡ଼ି ।

ତେବେ ମାର୍କେଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହି ଘଟଣାରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି ହେଲେ କେହି ମୃତାହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ କେନ୍ଦୁଝର ଉପଜିଲ୍ଲାପାଳ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ କେନ୍ଦୁଝର ମାର୍କେଟ କମିଟି ସମ୍ପାଦକ କହିଛନ୍ତି ଯେ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ଦୋକାନୀମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଜିଲ୍ଲାପାଳଙ୍କୁ ଭେଟିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+