ବିଶ୍ୱକପ ସମୟରେ ରାଜଧାନୀରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ
ବିଶ୍ୱକପ ସମୟରେ ରାଜଧାନୀରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ
Hockey World Cup: ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ହକି ବିଶ୍ୱକପ । ଯେଉଁଥି ପାଇଁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ବିଶ୍ୱକପ ସମୟରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । କେବେଳ ଏୟାରପୋର୍ଟରେ ମୁତୟନ ହେବେ ୨ ପ୍ଲାଟୁନ୍ ଫୋର୍ସ । ସେହିପରି ଖେଳାଳିମାନେ ରହୁଥିବା ହୋଟେଲରେ ୨୪ ଘଣ୍ଟିଆ ସୁରକ୍ଷାର ବ୍ୟବସ୍ଥା କରାଯିବ ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ସହରର ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ ୫ ଡିଏସପି ରାଙ୍କର ଅଫିସର ନିୟୋଜିତ ହେବେ । ପ୍ରିପେଡ୍ ଟ୍ୟାକ୍ସିର କାଗଜପତ୍ର, ଡ୍ରାଇଭର ପରିଚୟପତ୍ର ଯାଞ୍ଚ ଆଜିଠାରୁ ଆରମ୍ଭ ହୋଇଯାଇଛି । ସେହିପରି ବିଶ୍ୱକପ୍ ସମୟରେ ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡର ହେବ । ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ବିମାନବନ୍ଦରରେ ପୋଲିସ ଫୋର୍ସ ମୁତୟନ କରାଯିବ । ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି କମିଶନରେଟ୍ ପୋଲିସ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ ଡିସିପି ।












Click it and Unblock the Notifications