ବାରବାଟୀରେ ମ୍ୟାଚ୍ ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା
India-England ODI at Cuttack Barabati Stadium: ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ଖେଳାଳିମାନେ ଆସିବାଠୁ ହୋଟେଲ୍ ରହିବା ପର୍ଯ୍ୟନ୍ତ ଏବଂ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ଟ୍ରାଫିକ୍ ପାଇଁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ । ସେହିପରି ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେଇ ଯାଇ ପାରିବେ ନାହିଁ ଦର୍ଶକ ।

ଆଜି ସ୍ବତନ୍ତ୍ର ବିମାନରେ ରାତି ୭.୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳୀଙ୍କୁ ହୋଟେଲକୁ ନିଆଯିବ। ଏଥିଲାଗି କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍ କେଡ୍ରେ ଦୁଇ ଦଳର ବସ୍କୁ ନିଆଯିବାର ରିହରସାଲ୍ ମଧ୍ୟ କରାଯାଇଛି।
ସେହିପରି ଶନିବାରଠାରୁ ସୋମବାର ଖେଳାଳିମାନେ ବାହୁଡ଼ିବା ପର୍ଯ୍ୟନ୍ତ ହୋଟେଲ ବାହାରେ କଡ଼ା ପହରା ବ୍ୟବସ୍ଥା କରାଯିବ। ସେହିଭଳି ଶୁକ୍ରବାର ଖେଳାଳିମାନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ। ଇଂଲଣ୍ଡ ଖେଳାଳିମାନେ ଅପରାହ୍ଣ ୧ରୁ ୪ ଏବଂ ଭାରତୀୟ ଦଳ ୪ରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ। ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ। ସେହିଦିନ ଭୁବନେଶ୍ବରରେ ରହି ପରଦିନ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବା ଲାଗି ଗୁଜରାଟର ଅହମଦାବାଦ ଯାତ୍ରା କରିବେ।












Click it and Unblock the Notifications