୯୦ ଦିନରେ ୫୦ ମାଓବାଦୀ ମୃତ୍ୟୁ; ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଲା ମାଓ ସଂଗଠନ
୯୦ ଦିନରେ ୫୦ ମାଓବାଦୀଙ୍କ ମୃତ୍ୟୁ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଆଉ ତାହା ସହ ଆସନ୍ତା ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା ।
ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବ । ଆଉ ୧୫ ତାରିଖ ଦିନ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ମାଓ କେନ୍ଦ୍ରୀୟ କମିଟିର ପ୍ରବକ୍ତା ପ୍ରତାପ । ପ୍ରେସ ବିଜ୍ଞପ୍ତି ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ ଏହି କମ୍ରେଡମାନେ ନିଜର ଜୀବନ ଦେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛି ମାଓ ସଙ୍ଗଠନ । ଏଥିସହ ଗତ ୩ ମାସ ମଧ୍ୟରେ ୫୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସଂଗଠନ ସ୍ୱୀକାର କରିଛି ।

ସେହିପରି ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ବରଗଡ଼ ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁଳିବିନିମୟ । ରାତିରୁ ଗୁଳି ବିନିମୟ ଚାଲିଛି ।ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି । କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ରହିଛି ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ଆରମ୍ଭ କରାଯାଇଥିବା ଜନ ଆନ୍ଦୋଳନକୁ ସରକାର ବିଃଦମନ କରି ଚାଲିଛନ୍ତି । ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ସରକାର ସମସ୍ତ ଯୋଜନା ପ୍ରୟୋଗ କଲେଣି । ନକ୍ସଲ ସଂଗଠନ ଦେଶ ପାଇଁ ଏକ ରୋଗ ବୋଲି କହିବା ସହ ଏହା ବିରୋଧରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।












Click it and Unblock the Notifications