ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ବାମୀ, ଲାଇନରେ ଆହୁରି ୪୯ଜଣ ମହିଳା

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ବାମୀ। ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା ।

5 women s husbands

ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡିଥିଲା । ଆଉ ଧିରେ ଧିରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।

କମିସନରେଟ ପୁଲିସର 'ଅପରେସନ ମଜନୁ'ରେ ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜୀତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି।

ମହିଳାଙ୍କ ଶହ ସମ୍ପର୍କ ରଖି ଜଣେ ମହିଳାଙ୍କ ଠାରୁ ୩୬ ଲକ୍ଷ ଏବଂ ବାଲିନୋ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ କରୁଥିଲା ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜୀତ ସାମଲ। ମହିଳାଙ୍କ ନାଁରେ ଲୋନ କରି କାର କିଣି ସେହି କାରକୁ ଭଡ଼ାରେ ଲଗାଇ ଟଙ୍କା କମାଉଥିଲା। ଆଉ ସବୁ ଟଙ୍କା ଆତ୍ମସାତ କରି ବିଦେଶ ପଳାଉଥିଲା ଏହି ଠକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+