ଓଡ଼ିଶା ଆସିବେ ୫ ମହାବଳ ବାଘ, ବନ ବିଭାଗ ଦେଲା ସୂଚନା
ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ବାଘ ଅଣାଯିବ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ବାଘ ଆସିବେ।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ରହିଛି। ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି












Click it and Unblock the Notifications