ରାଜଧାନୀର ଏହି ୫ଟି ଅଞ୍ଚଳ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ
ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ମାମଲା ବଢ଼ିବା ସହ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ୁଛି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ ।
ଭୁବନେଶ୍ୱର: ବେକାବୁ ହେଲାଣି କରୋନା । ରାଜ୍ୟରେ ଓମିକ୍ରନ ସଙ୍କଟ ବେଳେ ବଢିବାରେ ଲାଗିଲାଣି ଦୈନିକ ସଂକ୍ରମଣ । ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ମାମଲା ବଢ଼ିବା ସହ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ୁଛି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ ।

ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ ସମେତ ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାବାଦ ଟଙ୍କପାଣି ବିଷ୍ଣୁନଗର, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ ଦିନ ଯାଏ ବଳବତ୍ତର ରହିବ । ବିଏମସିର ତଥ୍ୟ ଅନୁସାରେ, ୩ ତାରିଖରେ ୧୪୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବାବେଳେ ୧୨୩ଟି ସ୍ଥାନୀୟ ସଂକ୍ରମଣ ।
ସୂଚନାଯୋଗ୍ୟ, ଗତକାଲି ଏକାଧିକ ପୋଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।












Click it and Unblock the Notifications