୫ ଓଏଏସ୍‌ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ....

ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ ପୁରୀ ଜିଲାପାଳ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଆଠଗଡ଼ର ପୂର୍ବତନ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଅନୁଗୋଳ ଜିଲା ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି।
କେନ୍ଦୁଝର ଚମ୍ପୁଆର ପୂର୍ବତନ ତହସିଲଦାର ସଜତ ମାର୍କେଙ୍କୁ କୁଚିଣ୍ଡା ଉପଜିଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଅକ୍ଷୟ କୁମାର ପରିଡ଼ାଙ୍କୁ ନିଆଳି ବିଡିଓ ଏବଂ ଧର୍ମ ରଞ୍ଜନ ପଣ୍ଡାଙ୍କୁ ରାଜସ୍ବ ବିଭାଗକୁ ଫେରାଇ ଅଣାଯିବା ସହିତ କଟକ ତିଗିରିଆ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି।

OAS officers
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+