ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ ଗୃହ ଓ ନଗର ଉନ୍ନୟନ ବିଭାଗରେ ଆଉ ୫ ସେବା
ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।

ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି ବିଲ୍ଡିଂ ପ୍ଲାନ୍ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ), ବିଲ୍ଡିଂ ପ୍ଲାନ୍ର ପୁନଃବୈଧିକରଣ ନିମନ୍ତେ ଅନୁମତି, ପ୍ଲିନ୍ଥ ଅନୁମୋଦନ, ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ ଏବଂ ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ ।
ଏହି ୫ ଗୋଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଉକ୍ତ ଅଧିନିୟମ ଅନ୍ତର୍ଭୁକ୍ତ ହେଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ।












Click it and Unblock the Notifications