ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ
Odisha:5 Killed After Truck Hits Auto-Rickshawମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ
କାମାକ୍ଷାନଗର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ। ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୁଝେଇ ଟ୍ରକ୍ ଚାପିଦେଲା । ଏହି ଦୁଃଖଦ ଘଟଣା ଘଟିଛି NH-53 ପଥରଖମ୍ବ ଛକ ନିକଟରେ ସଡ଼କ ଦୁର୍ଘଟଣା । ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ସେପଟେ ସ୍ଥାନୀୟ ଲୋକେ ଟ୍ରକ୍କୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି ।

ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିବା ସୂଚନା ମିଳିଛି । ତେବେ ମୃତକ ମାନେ ହେଲେ ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ ।













Click it and Unblock the Notifications