ସ୍କୁଲ ଫି' ପାଇଁ ବନ୍ଦୀ ହେଲେ ପିଲା, ୫ ଘଣ୍ଟା ବନ୍ଦ ହୋଇ ରହିଲେ ଛାତ୍ରଛାତ୍ରୀ
Odsha News:5 hrs Students Got Detented Due To School Fee Pending.ସ୍କୁଲ ଫି' ପାଇଁ ବନ୍ଦୀ ହେଲେ ପିଲା, ୫ ଘଣ୍ଟା ବନ୍ଦ ହୋଇ ରହିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଉତ୍ତମ ଶିକ୍ଷା ଓ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ବିଦ୍ୟାଳୟରେ ନିଜ ପିଲାଙ୍କୁ ପାଠ ପଢାନ୍ତି ବାପା-ମା । ହେଲେ ଫି' ପାଇଁ ଛୋଟ ଛୋଟ ପିଲାଙ୍କୁ ସ୍କୁଲରେ ୫ଘଣ୍ଟା କାଳ ବନ୍ଦ କରି ରଖିବା କେତେ ଦୁର ଠିକ୍ । ପିଲାଙ୍କ ଉପରେ ଏହାର କିପରି ପ୍ରଭାବ ପଡିଥିବ । ବିଦ୍ୟାଳୟରେ କେତେ ସୁରକ୍ଷିତ ଛାତ୍ରଛାତ୍ରୀ । ଏବେ ଘରୋଇ ସ୍କୁଲକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠୁଛି ।

ଭୁବନେଶ୍ୱର ଘାଟିକିଆ ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଦିନ ଫି'କୁ ନେଇ ଏକ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ ଫି'ଦେବାର ବିଳମ୍ବ ହେବାରୁ ସ୍କୁଲ କର୍ତ୍ତୁପକ୍ଷ ପ୍ରାୟ ୫ଘଣ୍ଟା ୩୬ ଜଣ ପିଲାଙ୍କୁ ଲାଇବ୍ରେରି ରୁମରେ ଅଲଗା ବନ୍ଦ କରି ରଖିଥିଲେ । ଏଭଳି ଅଭିଯୋଗ କରିଛନ୍ତି ଅଟକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ । ଏହି ଘଟଣାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ମଧ୍ୟ ଦେଇଛନ୍ତି । ଅଭିଭାବକଙ୍କ ଅଭିଯୋଗ ପରେ ଭରତପୁର ଥାନା ପୋଲିସ ସ୍କୁଲରେ ପହଁଚି ସ୍କୁଲର ଆଡମିନ୍ ହେଡଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।












Click it and Unblock the Notifications