ଓଲଟିଲା ପିକଅପ୍ ଭ୍ୟାନ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଗୁରୁତର
କଳାହାଣ୍ଡି: ପିକ୍ ଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ରୁ ଅଧିକ ଗୁରୁତର । କଳାହାଣ୍ଡି ଗୋଲାମୁଣ୍ଡା ଡୋକରିପଡା ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ୨୫ ଆହତଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଥିବା ସୂଚନା ମିଳିଛି । ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍ଅପ୍ ଭ୍ୟାନ୍ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଏହି ଅଘଟଣ ଘଟିଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମ୍ରୃ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଜୁନାଗଡ଼ ଥାନା ମିଚା ଗାଁ ଏବଂ ଆଟି ଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ବୋରିଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ ।

ସେଠାରୁ କାମ ସାରି ଘରକୁ ଫେରିବା ବେଳେ ଡୋକରୀପଡା ନିକଟରେ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଗୁରୁତର ଙ୍କୁ ଧର୍ମଗଡ, ଜୁନାଗଡ଼ ଏବଂ ଭବାନୀପାଟଣା ହସ୍ପିଟାଲରେ ଭର୍ତି କରାଯାଇଛି ।












Click it and Unblock the Notifications