ଓଡ଼ିଶା ଆସିବେ ୫ ମହାବଳ ବାଘ ଏବଂ ୨ ଜିରାଫ
Odisha News: ଓଡ଼ିଶାକୁ ଆସିବେ ୫ ମହାବଳ ବାଘ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳରେ ୨ ବାଘ ଛଡ଼ାଯିବ । ତେବେ ମହାବଳ ବାଘ ଚିହ୍ନଟ ହୋଇସାରିଛି ଏବଂ ଆଇନଗତ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏକ ସପ୍ତାହ ମଧ୍ୟ ବନ ବିଭାଗର ୨ଟି ଟିମ୍ ମହାବଳକୁ ଆଣିବା ପାଇଁ ଯିବା ନେଇ ସୂଚନା ରହିଛି ।

ସେହିପରି ନନ୍ଦନକାନନକୁ ୨ ଜିରାଫ ମଧ୍ୟ ଅଣାଯିବ । ପୂର୍ବରୁ ନନ୍ଦନକାନନରେ ଗୋଟିଏ ଜିରାଫ ଥିଲା । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଜାରି କରିଛନ୍ତି । ତେବେ ଚଳିତ ମାସ ଶେଷ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୨ ଜିରାଫ ଆସିବା ନେଇ ସୂଚନା ରହିଛି । ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।












Click it and Unblock the Notifications