୫.୫୬ କୋଟି ଠକେଇ ମାମଲା , ଫେରାର ଅଭିଯୁକ୍ତ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ
କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଠକେଇ । ଫେରାର ଅଭିଯୁକ୍ତ ବାପା-ମା'ଙ୍କୁ ଗିରଫ କଲା ଭିଜିଲାନ୍ସ । ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ । ବୁଧବାର ପୁଅ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଥିଲେ । ଏବେ ବାପା-ମାଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘରୋଇ ବ୍ୟାଙ୍କ୍ ଭଦ୍ରକ ଶାଖା ମୁଖ୍ୟ ଥିଲେ ମାତୃପ୍ରସାଦ ମହାନ୍ତି ।

ସୂଚନା ଥାଉକି, ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିଲା ବଡ଼ଧରଣର ଆର୍ଥିକ ଅନିୟମିତତା । ଆଉ ଏହି ଘଟଣାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ ।
୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।
ପ୍ରଦୀପଙ୍କ ସହ ମିଶି ଅଭିଯୁକ୍ତ ମାତୃପ୍ରସାଦ ଏହି ଚଞ୍ଚକତା କରିଥିଲେ । ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ପ୍ରଦୀପ କୋରେଇ ବିଇଓ କାର୍ଯ୍ୟାଳୟରେ ପୁନଃ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡିର ଅପବ୍ୟବହାର କରି ସେମାନଙ୍କୁ କାର୍ଯ୍ୟରତ ବୋଲି ଭୁଲ୍ ରେକର୍ଡ ସୃଷ୍ଟି କରିଥିଲେ । ସେମାନଙ୍କ ନାମରେ ପ୍ରତିମାସ ପେନ୍ସନ୍ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଯାଉଥିଲା । ଏହି ଟଙ୍କାକୁ ପୁଅ ମାତୃପ୍ରସାଦ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆକାଉଣ୍ଟକୁ ପଠାଉଥିଲେ ।
୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏଭଳି ଢଙ୍ଗରେ ଅର୍ଥ ହଡ଼ପ ଚାଲିଥିଲା । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ.୧୧/୨୦୨୬, ଦଫା ୧୩ (୨) ଆର/ ଡବ୍ଲୁ/୧୩(୧)(ଏ)ପିସି ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮/୪୦୯/୪୭୭-ଏ/୧୨୦-ବିରେ ମାମଲା ରୁଜୁ କରାଯାଇଛି । ମାତୃପ୍ରସାଦଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଛି । ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଗିରଫ ହେବେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛ
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications