ଦଶମ ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ, ଓଡ଼ିଶାରେ ସ୍ଥିତି ଉଦବେଗଜନକ

School Dropout Rate: ଡ୍ରପ-ଆଉଟରେ ଏକ ନମ୍ବର ଓଡ଼ିଶା: ଦଶମ ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ । ମାଧ୍ୟମିକସ୍ତରରେ ଡ୍ରପ୍-ଆଉଟରେ ଏକ ନମ୍ବରରେ ରହିଛି ଓଡ଼ିଶା । ଦଶମ ଶ୍ରେଣୀରେ ବିଦ୍ୟାଳୟ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଭାରତର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବର୍ଷ 2021-22ରେ ଭାରତରେ 20.6 ପ୍ରତିଶତ ଛାତ୍ରଛତ୍ରୀ ଦଶମ ଅଧାରୁ ପାଠ ପଢା ଛାଡିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶା ଏବଂ ବିହାରରେ ଅଧାରୁ ପଠାପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଓଡିଶାରେ ଡ୍ରପ-ଆଉଟ୍ ହାର 39.4 ରୁ 49.9 କୁ ବୃଦ୍ଧି ପାଇଥିବାବେଳେ ବିହାରରେ ଏହି ହାର 41.6 ରୁ 42.1 କୁ ବୃଦ୍ଧି ପାଇଛି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି ସରକାର ପ୍ରାୟ 3.5 ନିୟୁତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠପଢା ଛାଡିଛନ୍ତି । 2022ରେ 1,89,90,809 ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 29,56,138 ପିଲା ଆଗକୁ ପାଠ ପଢିନଥିଲେ ।

School Dropout Rate

ମହାରାଷ୍ଟ୍ର ଏବଂ ଗୋଆରେ ମଧ୍ୟ ବିଦ୍ୟାଳୟ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି, କିନ୍ତୁ ଅନ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟ ହ୍ରାସ ପାଉଛି । ଭାରତରେ ଦଶମ ଶ୍ରେଣୀରେ ଡ୍ରପଆଉଟ୍ ପ୍ରତିଶତ 2021-22 ରେ 20.6% ଥିଲାବେଳେ 2018-19 ରେ ଏହା 28.4% ଥିଲା | ଚଳିତ ବର୍ଷ ଏହା 21 ପ୍ରତିଶତ ରହିଛି। ତଥ୍ୟ ଅନୁଯାୟୀ, ଗତ ବର୍ଷ ଦଶମ ଶ୍ରେଣୀରେ 1.89 କୋଟିରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏଥିମଧ୍ୟରୁ 1.60 କୋଟିରୁ ଅଧିକ ଛାତ୍ର ପାସ୍ କରିଥିବାବେଳେ 29 ଲକ୍ଷରୁ ଅଧିକ ଛାତ୍ର ବିଫଳ ହୋଇଥିଲେ।

ଓଡ଼ିଶାରେ ଡ୍ରପ୍-ଆଉଟ୍ ହାର ସର୍ବାଧିକ
ଓଡିଶା - 49.9 ପ୍ରତିଶତ
ବିହାର - 42.1 ପ୍ରତିଶତ
ମେଘାଳୟ - 33.5 ପ୍ରତିଶତ
କର୍ଣ୍ଣାଟକ - 28.5 ପ୍ରତିଶତ
ଆନ୍ଧ୍ରପ୍ରଦେଶ - 28.3 ପ୍ରତିଶତ
ଆସାମ - 28.3 ପ୍ରତିଶତ
ଗୁଜୁରାଟ - 28.2 ପ୍ରତିଶତ
ତେଲେଙ୍ଗାନା - 27.4 ପ୍ରତିଶତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+