Get Updates
Get notified of breaking news, exclusive insights, and must-see stories!

ଖୁବ ଶୀଘ୍ର ଦୂର ହେବ ଆଳୁ ସଙ୍କଟ; ୟୁପିରୁ ଆସୁଛି ୪୮ କ୍ଵିଣ୍ଟାଲ ଆଳୁ

ଉତ୍ତର ପ୍ରଦେଶରୁ ୨ଟି ଟ୍ରେନରେ ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ । ୫ ଦିନ ମଧ୍ୟରେ ଆଳୁ ଟ୍ରେନ୍ ପହଞ୍ଚିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି। ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ। ୟୁପିରୁ ଆଳୁ ଆସିବା ଫଳରେ ପଶ୍ଚିମବଙ୍ଗର ବ୍ୟବସାୟୀ ଘାଟାରେ ପଡ଼ିଲେ।

48 thousand quintals of potatoes

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଚଢା ଦରରେ ଆଳୁ ବିକିଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ବ୍ୟାପକ ପରିମାଣରେ ବେଆଇନ ଭାବେ ଆଳୁ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଶାରେ ୧୯ଶହ ଦୋକାନ ଖୋଲାଯାଇଛି। ଏଠାରେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି । ସମ୍ବଲପୁରରେ ଆଳୁ ଦର ୨୬, ଭୁବନେଶ୍ଵରରେ ୩୦ ରୁ ୩୫ ମଧ୍ୟରେ ରହିଛି। ଲୋକମାନେ ପ୍ୟାନିକ୍ ହୁଅନ୍ତୁ ନାହିଁ।

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁ ନାହିଁ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସି ପାରୁ ନ ଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇପାରୁନି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ କିଛି ଆଳୁ ଗାଡ଼ି ଆସୁଛି । ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ ।

ରାଜ୍ୟକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଗତ ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ । ଦିଲ୍ଲୀଠାରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଉଥିଲା । ଏହାପରେ ମଧ୍ୟ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଟ୍ରେନ୍‌ ଯୋଗେ ଆଳୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+