ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ଛାତ୍ରଛାତ୍ରୀ

ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ମଙ୍ଗଳବାର ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ମଙ୍ଗଳବାର ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଫେରିବା ପରେ ସେଠାକାର ଭୟଙ୍କର ଅନୁଭୂତ ବଖାଣିଥିଲେ ଛାତ୍ରଛାତ୍ରୀ । ଯୁଦ୍ଧ ସମୟରେ ବଙ୍କର ଭିତରେ ରହିବା, ସ୍ୱଳ୍ପ ଖାଦ୍ୟରେ ଦିନ ବିତେଇବା ଏବଂ ପାଦରେ ଚାଲିଚାଲି ଦୀର୍ଘ ରାସ୍ତା ଅତିକ୍ରମ କରି ଭାରତକୁ ଫେରିବା ଏକ ନୂଆ ଜୀବନ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

Ukraine

ଗତକାଲି ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପରିବାରକୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ । ଏହାସହ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟ ସରକାର ଓଡ଼ିଶା ଭବନରେ ରହିବା ଖାଇବା ବ୍ୟବସ୍ଥା କରିବା ସହ ଭୁବନେଶ୍ୱର ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+