ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିଛି ବିଗ୍ ଫାଇଟ୍ । ଆଜି ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ମତଦାନ ଗ୍ରହଣ ହୋଇଛି ।

ଅନୁଗୁଳ ଜିଲ୍ଲାରେ ୫୩.୧୩ ପ୍ରତିଶତ ମତଦାନ ହୋଇଛି । ସେହିପରି କଟକ ଜିଲ୍ଲାରେ ୪୨.୧୧%, ଦେବଗଡ଼ରେ ୫୬%, ଢେଙ୍କାନାଳରେ ୪୭.୮୯%, କେନ୍ଦୁଝରରେ ୫୩.୬୧%, ଖୋର୍ଦ୍ଧାରେ ୪୩.୩୭%, ମୟୂରଭଂଜରେ ୫୧.୦୫%, ନୟାଗଡ଼ରେ ୪୬.୭୬% ଭୋଟିଂ ହୋଇଛି ।












Click it and Unblock the Notifications