କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀରେ ମୁତୟନ ହେବେ ୪୫ ପ୍ଲାଟୁନ ଫୋର୍ସ, ଚାଲିବ ୩ ସ୍ପେଶାଲ ଟ୍ରେନ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା । ପୁରୀରେ ମୁତୟନ ହେବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ । ସାତ ପାହାଚ ଏବଂ ବାହାର କାଠ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ଏସ୍ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବଡଦାଣ୍ଡରେ ଫାଷ୍ଟଟେଡ୍ କାଉଣ୍ଟର, ପିଇବା ପାଣି, ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥାକୁ ବଢାଯାଇଛି। ସେହିଭଳି ମେଡିକାଲ ଛକରୁ ନୋ ଭେହିକଲ୍ ଜୋନ କରାଯାଇଛି। ସେହିପରି ସମୁଦ୍ର ବେଳାଭୂମିରେ ଜଣେ ଏସ୍ପି ରାଙ୍କର ଅଫିସର, ୩୭୦ ଲାଇଫ ଗାର୍ଡ, ୨ଟି ଓଡ୍ରାଫ ଟିମ୍, ୩ଟି ଆମ୍ବୁଲାନ୍ସ, ୩ଟି ଫାଷ୍ଟଟେଡ କାଉଣ୍ଟର ଏବଂ ପୋଲିସ କଣ୍ଟ୍ରୋଲ ରୁମ୍ ରହିବ।
ସେହି ପରି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍। ବ୍ରହ୍ମପୁରରୁ ପୁରୀକୁ ଗୋଟିଏ ଓ ପୁରୀରୁ ବ୍ରହ୍ମପୁରକୁ ଗଡ଼ିବ ୨ଟି ସ୍ପେଶାଲ ଟ୍ରେନ୍।












Click it and Unblock the Notifications