44 Lawyers to Defend: ବିକ୍ରମଙ୍କ ପାଇଁ ଲଢ଼ିବେ ୪୪ ଓକିଲ

ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ। ପୀତବାସ ପଣ୍ଡା ହତ୍ୟା ମାମଲା ଏବେ କୋର୍ଟରେ ପହଞ୍ଚିଛି। ମାମଲାର ମାଷ୍ଟର ମାଇଣ୍ଡ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ୪୪ ଓକିଲ। ଏନେଇ ୱକାଲାତନାମା ଦାଖଲ କରିଛନ୍ତି।

ବିକ୍ରମଙ୍କ ସହ ଗିରଫ ତାଙ୍କ ସହଯୋଗୀ କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ୪୪ ଓକିଲ ମାମଲା ଲଢ଼ିବେ। ଏମାନଙ୍କ ଜାମିନ୍ ଆବେଦନ କରାଯିବ। ଏସବୁ ଭିତରେ ମାମଲାରେ ୧୩ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ସୁଟର୍ କୁରୁପତି ଏବେ ବି ଫେରାର। ପୀତବାସଙ୍କୁ ଗୁଳି ମାରିଥିବା କୁରୁପତିଙ୍କୁ ଧରି ପାରିନି ପୋଲିସ୍। ତାସହ ପୁରା ମାମଲାରେ ସୁଟରଙ୍କୁ ଡିଲ୍ ଦେଇଥିବା ଦୁର୍ଦ୍ଦାନ୍ତ ଉମା ବିଷୋୟୀ ବି ଏବେ ଯାଏଁ ଫେରାର।

ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟା ମାମଲା । ସୁଟର କୁରୁପତି ଭୂୟାଁଙ୍କୁ ଆଶ୍ରୟ ଦେଇଥିବା ଫାର୍ମ ହାଉସ ମାଲିକ ସୁନିଲ ହୋତା ଗିରଫ ହୋଇଛନ୍ତି । ଅନ୍ୟପଟେ ପୋଲିସ କବ୍‌ଜାରେ ଥିବା ସୁଦର୍ଶନକୁ ଛାଡିଲା ପୋଲିସ । ବିଏନପୁର ଥାନାରେ ସୁଦର୍ଶନକୁ ୩ ଘଣ୍ଟା ପଚରାଉଚରା ପରେ ଛାଡ଼ିଥିବା ସୂଚନା ।

ଅତିରିକ୍ତ ଏସପି ଆଲୋକ ଜେନା ଓ ଟାଉନ ଏସଡ଼ିପିଓ ତଥା ତଦନ୍ତଧିକାରୀ ପ୍ରିୟ ରଞ୍ଜନ ଛୋଟରାୟ ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଜେନାକୁ ଥାନାରେ ଅଟକ ରଖି ପଚରାଉଚରା କରିବାର ସାଢ଼େ ୩ ଘଣ୍ଟା ପରେ ଛାଡ଼ିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ପୂର୍ବରୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ସୁନୀଲ ହୋତାକୁ ଗିରଫ କରିଛି । ବର୍ତ୍ତମାନ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି ।

ବର୍ତ୍ତମାନ ପୀତବାସ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଘଟଣା ପର ଠାରୁ ଫେରାର ରହିଛନ୍ତି । ବିକ୍ରମ, ମଳୟ ଓ ମଦନ ଓକିଲ ଜରିଆରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ବିକ୍ରମ ,ମଳୟ ଓ ମଦନ ଜଣେ ଆଇନଜୀବୀ ହୋଇଥିବାରୁ ଗତକାଲି ଏକାଧିକ ଓକିଲ ତାଙ୍କ ସପକ୍ଷରେ ୱକାଲତନାମା ତଳ କୋର୍ଟରେ ଦାଖଲ କରିଛନ୍ତି । ପର୍ଯ୍ୟାକ୍ରମରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି ।

ସେପଟେ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ ହେବେ ପିଣ୍ଟୁ । ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ଗିରଫ ପରେ ବ୍ରହପୁର ମଣ୍ଡଳ କାରାଗାରକୁ ପଠାଯାଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି । ଜେଲକୁ ଯିବା ପରେ ଜେଲ ଭିତରେ ରହିଥିବା ତାଙ୍କର ଶତ୍ରୁଙ୍କ ସହ ତାଙ୍କର ଝଗଡ଼ା ହେବା ସମ୍ଭାବନା ରହିଛି ।

ଏପରିକି ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ବ୍ରହ୍ମପୁର ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗେଡ଼ାମାଝୀ କୋର୍ଟକୁ ଏ ବିଷୟରେ ଅବଗତ କରାଇ ଫୁଲବାଣୀ ସର୍କଲ ଜେଲକୁ ଯିବାକୁ ଅନୁମତି ମାଗିଥିବା ଜଣା ପଡିଛି । କୋର୍ଟ ତାଙ୍କୁ ଅନୁମତି ଦେଇଥିବା ଜଣାପଡିଛି । ଖୁବଶୀଘ୍ର ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।

44 Lawyers to Defend 44 lawyers will fight for Vikram
  • ବିକ୍ରମଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ
  • ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
  • ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ
  • କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ
  • ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢ଼ିବେ
  • ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+