କଟକରେ କରୋନା କାୟା, ଶିକ୍ଷାନୁଷ୍ଠାନରେ 44 ଛାତ୍ରଛାତ୍ରୀ ପଜିଟିଭ
କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ କରୋନା କବଳରେ । ପ୍ରାୟ 44 ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।
କଟକ: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ। ସିଲଭର ସିଟିରେ ପୁଣି କାୟାବିସ୍ତାର କରୁଛି କୋରୋନା । କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ କରୋନା କବଳରେ । ପ୍ରାୟ 44 ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ 234 ପିଲାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ହଠାତ ପିଲାମାନଙ୍କୁ ଜ୍ବର ଥଣ୍ଡା ହେବା ପରେ କୋଭିଡ ପରୀକ୍ଷା କରାଯାଇଛି ।

ଏକାବେଳେ ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବା ପରେ କ୍ୟାମ୍ପସରେ ସତର୍କତା ଅବଲମ୍ବନ କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସିଏମସି ପକ୍ଷରୁ ସୂଚନା ଦିଆଯଇଛି ।
ଆସନ୍ତାକାଲି କ୍ୟାମ୍ପସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କର କୋଭିଡ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ଏଥିସହ ରାଜ୍ୟ ବାହାରୁ ଆସିଥିବା କିଛି ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ପାଇଁ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ସିଏମସି । ରାଜ୍ୟରେ ବର୍ତ୍ତମାନ ସ୍ଥିତି ଦେଖି ଆକଳନ କରାଯାଉଛି ଯେ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।












Click it and Unblock the Notifications