Get Updates
Get notified of breaking news, exclusive insights, and must-see stories!

Assembly Polls : ପାଞ୍ଚ୍ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରୁ 43 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଆଗକୁ ହେବାକୁ ଥିବା ଚାରୋଟି ରାଜ୍ୟ ଓ ଗୋଟିଏ ୟୁନିଅନ୍ ଟେରିଟୋରୀର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ( ECI) ଓଡିଶାର 43 ଜଣ ବରିଷ୍ଠ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି

Assembly elections : ଆଗକୁ ହେବାକୁ ଥିବା ଚାରୋଟି ରାଜ୍ୟ ଓ ଗୋଟିଏ ୟୁନିଅନ୍ ଟେରିଟୋରୀର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ( ECI) ଓଡିଶାର 43 ଜଣ ବରିଷ୍ଠ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ।
ଓଡିଶା ଅଧିକାରୀଙ୍କ ମଧ୍ୟରୁ 22 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ସାଧାରଣ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିବା ବେଳେ 12 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଏବଂ 9 ଜଣ ବରିଷ୍ଠ ଭାରତୀୟ ରାଜସ୍ୱ ସେବା ( ଆଇଆରଏସ୍ ) ଅଧିକାରୀଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।

ନିର୍ବାଚନ ଆୟୋଗ

ଗତ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଗ 43 ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ଯାହା ଓଡିଶାରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ ) ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏଠାରେ ସୂଚନାଥାଉକି, କାର୍ଯ୍ୟସୂଚୀ ଅନୁଯାୟୀ ଆସାମରେ ଭୋଟ୍ ମାର୍ଚ୍ଚ 27, ଏପ୍ରିଲ୍ 1 ଏବଂ ଏପ୍ରିଲ୍ 6 ରେ ଅନୁଷ୍ଠିତ ହେବ । ସେହିପରି କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏପ୍ରିଲ୍ 6 ରେ ଗୋଟିଏ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ଯଥାକ୍ରମେ ଆଠଟି ପର୍ଯ୍ୟାୟରେ ମାର୍ଚ୍ଚ 27, ଏପ୍ରିଲ୍ 1, ଏପ୍ରିଲ୍ 6, ଏପ୍ରିଲ୍ 10, ଏପ୍ରିଲ୍ 17, ଏପ୍ରିଲ୍ 22, ଏପ୍ରିଲ୍ 26 ଏବଂ ଏପ୍ରିଲ୍ 29ରେ ଅନୁଷ୍ଠିତ ହେବ । ଭୋଟ୍ ଗଣନା ମେ 2 ରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+