କନ୍ଧମାଳରେ ୪୨ ପ୍ଲାଟୁନ୍ ପୋଲିସ ମୁତୟନ
ଫୁଲବାଣୀ: ଆଜି ପବିତ୍ର ବଡ଼ ଦିନ । କନ୍ଧମାଳ ଜିଲ୍ଲାରେ କଡ଼ା କଡ଼ି ସୁରକ୍ଷା ବ୍ୟବସ୍ଥା । ସମଗ୍ର ଜିଲ୍ଲାରେ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ପାଟ୍ରୋଲିଂ ଜାରି ରହିଛି । ସେହିପରି ସହରର ୧୦ଟି ସ୍ଥାନରେ ଚେକିଂ ପଏଣ୍ଟ ରଖାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମତୟମ କରାଯାଇଥିବା ନେଇ ସୂଚନା ରହିଛି ।
ଅନ୍ୟପଟେ ଗତ କାଲି ମଧ୍ୟରାତ୍ରୀରୁ ଫୁଲବାଣୀରେ ରଙ୍ଗିନ ଲାଇଟରେ ଚର୍ଚ୍ଚ ସଜାଯିବା ସହ ବେଶ୍ ଧୂମଧାମରେ ପ୍ରଭୁ ଯୀଶୁଙ୍କ ଧରାବତରଣ ଉତ୍ସବ ପାଳନ କରାଯାଉଛି । ଖ୍ରୀଷ୍ଟ ଧର୍ମବଲମ୍ବି ବେଶ୍ ଉତ୍ସାହର ସହ ପ୍ରଭୁଙ୍କ ଆଗମନକୁ ପାଳନ କରୁଛନ୍ତି ।

ସେହିପରି ଆଜି ବଡ଼ ଦିନର ପାଇଁ ଫୁଲବାଣୀର କ୍ୟାଥନିକ୍ ଚର୍ଚ୍ଚ, ବାପିଟିଷ୍ଟ ଚର୍ଚ୍ଚ ଏବଂ ଛୋଟଛୋଟ ପ୍ରାର୍ଥନା ଗୃହ ସମେତ ଜିଲ୍ଲାର ଦାରିଙ୍ଗବାଡ଼ି, ଜି.ଉଦୟଗିରି, ରାଇକିଆ, ବାଲିଗୁଡ଼ା ଆଦି ଅଞ୍ଚଳରେ ଥିବା ଚର୍ଚ୍ଚ ଉପସନା ଗୃହରେ ବେଶ୍ ଭିଡ଼ ଦେଖିବା ପାଇଁ ମିଳିଛି । ତେବେ ସମସ୍ତ ଜିଲ୍ଲାରେ କିପରି ବଡ଼ ଦିନ ଶାନ୍ତି ଏବଂ ସୁରକ୍ଷିତ ଭାବେ କଟିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications