ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ। ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି ।

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ। ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଉତ୍ତରରେ ଏହା କହିଛନ୍ତି ।

 Odisha Assembly

ଠିକ୍ ସେହିପରି ୟୁନିଟ-୬ ଅନ୍ତର୍ଗତ ୫୦ଟି କ୍ୱାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ରିସର୍ଚ୍ଚ ଆଟ୍ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ମାଣ କରାଯିବ। ଏଣେ, ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର ଏମଏଲଏ କଲୋନିରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ।ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ୱାର୍ଟର ଓ ୟୁନିଟ-୮ ଅନ୍ତର୍ଗତ ୩୬ଟି କ୍ୱାର୍ଟର ନିରାପଦ ନଥିବା ଯୋଗୁ ଭଙ୍ଗାଯାଇଛି ।

ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାଵ ଥିବାରୁ ଆବଣ୍ଟନ ହୋଇନାହିଁ। ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ୱାର୍ଟର ରହିଛି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲିଖିତ ଉତ୍ତର ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+