ରାଜ୍ୟରେ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ
ରାଜ୍ୟରେ କୃଷିକୁ ଆଗକୁ ବଢାଇବା ପାଇଁ ବ୍ୟାପକ ଜଳସେଚନ ବ୍ୟବସ୍ଥା ଆବଶ୍ୟକ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ବୃହତ୍ତ, ମଧ୍ୟମ ଏବଂ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ସ୍ଥାପନ କରିବାର ଯୋଜନା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ଟି ବୃହତ୍ତ, ୫୬ଟି ମଧ୍ୟମ ଏବଂ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି ।

ସେହିପରି ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୭୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି । ୩୧ ବୃହତ୍ତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୫୨ ହଜାର ୨୯୦ କୋଟି, ୨୭ ବ୍ୟାରେଜ ପାଇଁ ୧୩ ହଜାର ୬୦୦ କୋଟି, ୭୨ ଇନଷ୍ଟ୍ରିମ୍ ଷ୍ଟୋରେଜ ପାଇଁ ୧୭ ହଜାର ୧୫୮ କୋଟି, ୭୯ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୧୯୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏଥିପାଇଁ କେନ୍ଦ୍ରୀୟ ଓ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ । ଆଜି ପ୍ରଶ୍ନକାଳରେ ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।












Click it and Unblock the Notifications