ରଥଯାତ୍ରା ପ୍ରସ୍ତୁତି: ହେବ ଭକ୍ତଙ୍କ ସମାଗମ, ୪୦ଟି ସ୍ଵତନ୍ତ୍ର ଟ୍ରେନ ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର

ଚଳିତ ବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ହେବ ରଥଯାତ୍ରା । ଗତ ୨ବର୍ଷ ହେବ ବଡ଼ଦାଣ୍ଡକୁ ଭକ୍ତ ଆସିନଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ପୁରୀ: ଚଳିତ ବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ହେବ ରଥଯାତ୍ରା । ଗତ ୨ବର୍ଷ ହେବ ବଡ଼ଦାଣ୍ଡକୁ ଭକ୍ତ ଆସିନଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଆଜି ବସିଥିବା ଦ୍ଵିତୀୟ ସମନ୍ଵୟ ବୈଠକରେ ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିବ ୨୫୦ଟି ଏଲଇଡି ଲାଇଟ୍। ରେଳ ବିଭାଗ ପକ୍ଷରୁ ୪୦ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ। ତେବେ ବୈଠକରେ ପରିବହନ, ରାସ୍ତାଘାଟ ଓ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Ratha Yatra 2022

ୱାଟକୋ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକାରୀ ସହ ପିଭିସି ଟଏଲେଟର ବ୍ୟବସ୍ଥା ହେବ । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ରଥଯାତ୍ରା ସମନ୍ଵୟ ବୈଠକ ପୁରୀ ଟାଉନ୍‌ ହଲ୍‌ରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରଥନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଜଳଯୋଗାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।

ସେହିପରି ପ୍ରତ୍ୟେକ ହୋଟେଲରେ ଲାଗିବ ସିସିଟିଭି। ଚଳିତ ବର୍ଷର ରଥଯାତ୍ରା ପାଇଁ ହୋଟେଲ ମାଲିକଙ୍କ ସହ ପୋଲିସ୍‌ ପ୍ରଶାସନର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ଗୁରୁତ୍ୱ ଦେଇ ପୁରୀର ସମସ୍ତ ହୋଟେଲରେ ସିସିଟିଭି ଲାଗିବା ବାଧ୍ୟତାମୂଳକ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+