ଭୁବନେଶ୍ୱରରେ ଚାଲିବ ଆଉ ୪୦ ଇ-ବସ୍
ଭୁବନେଶ୍ୱରରେ ଚାଲିବ ଆଉ ୪୦ ଇ-ବସ୍, ସୂଚନା ଜାରି କଲା CRUT
ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଗଡିବ ଆଉ ୪୦ ଇ-ବସ୍ । ସୂଚନା ଜାରି କଲା CRUT । ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଏପରି ଇ-ବସ୍ ସଂଖ୍ୟା ବଢାଯାଉଛି ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ଏମଡି ବିଜୟ ଅମୃତା କୁଲାଙ୍ଗେ । ତେବେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ସେବା ଆରମ୍ଭ କରାଯାଇଥିଲା । ନୂଆ ୪୦-ଇଲେକ୍ଟ୍ରିକ୍ ବସକୁ ମିଶାଇ ରାଜଧାନୀରେ ମୋଟ୍ ୫୦ ଟି ଇ-ବସ୍ ଚାଲିବ ବୋଲି ସୂଚନା ରହିଛି ।

ସୂଚନାଥାଉ ଯେ, ପ୍ରଥମ ପର୍ଯ୍ୟାୟରେ ଇ-ବସ୍ ସେବା ରୁଟ୍ ନମ୍ବର ୯, ୧୧, ୧୨ ଓ ୨୩ରେ ଚଳାଚଳ ଆରମ୍ଭ କରିଥିଲା । ତେବେ 'ମୋ ବସର'ର ସଫଳାକୁ ନଜରରେ ରଖି ରାଜଧାନୀରେ ଇ-ବସ୍ ସେବା ଆରମ୍ଭ କରାଯାଇଥିଲା ଏବଂ ଏହାର ସଂଖ୍ୟା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ହକି ବିଶ୍ୱକପ ପୂର୍ବରୁ ରାଉଲକେଲାରେ ଗଡିବ 'ମୋ ବସ୍' । ପ୍ରଥମ ପର୍ଯ୍ୟାୟରେ ୨୫ଟି 'ମୋ ବସ୍' ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ CNG ବସ୍ ଆଣିବା ପାଇଁ ମଧ୍ୟ ଯୋଜନା କରାଯାଉଛି ।












Click it and Unblock the Notifications