୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ବ୍ରାଉନସୁଗାର ପେଣ୍ଠ ପାଲଟିଛି ଖୋର୍ଦ୍ଧା । ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଜବତ କରିଛି ୪୦ ଲକ୍ଷ ଟଙ୍କାର ଧଳା ଜହର । ବ୍ରାଉନସୁଗାର ଚାଲଣ କରୁଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଖୋର୍ଦ୍ଧା: ବ୍ରାଉନସୁଗାର ପେଣ୍ଠ ପାଲଟିଛି ଖୋର୍ଦ୍ଧା । ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଜବତ କରିଛି ୪୦ ଲକ୍ଷ ଟଙ୍କାର ଧଳା ଜହର । ବ୍ରାଉନସୁଗାର ଚାଲଣ କରୁଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଏହା ସହ ଏକ ବୋଲେରୋ ଗାଡି ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ବିବାହରୁ ବ୍ରାଉନସୁଗାର ଚାଲଣ କରୁଥିବା ସମୟରେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଧରା ପଡିଛନ୍ତି ।
ସୂଚନା ଅନୁସାରେ, ଗିରଫ ବ୍ରାଉନସୁଗାର ବେପାରୀ ହେଲେ ଖୋର୍ଦ୍ଧାର ସନ୍ଦିପ ମହାନ୍ତି ଏବଂ ଢେଙ୍କାନାଳ ଅଞ୍ଚଳର ଗଣେଶ୍ୱର ବେହେରା । ତେବେ ଚଳିତ ମାସ ୫ ତାରିଖରେ ମଧ୍ୟ ଖୋର୍ଦ୍ଧା ଥାନା ପୋଲିସ ପକ୍ଷରୁ ହୋଇଥିବା ଚଢାଉ ବେଳେ ୫ ଲକ୍ଷରୁ ଅଧିକ ମୂଲ୍ୟର ଧଳା ଜହର ଜଗତ ହୋଇଥିଲା । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ଦୁଇ ଯୁବକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୧ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା ।












Click it and Unblock the Notifications