ଝଡ଼ରେ ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ, ହକି ବିଶ୍ୱକପ୍ ବେଳେ ହୋଇଥିଲା ନିର୍ମାଣ

ରାଉରକେଲା: ଝଡ଼ ପବନରେ ଧଳିପଡ଼ିଲା ହକି ଖେଳାଳିଙ୍କ ପାଇଁ ସମର୍ପିତ ଷ୍ଟାଚ୍ୟୁ। ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚ୍ୟୁ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା ।

ରାଉରକେଲା ଏୟାରପୋର୍ଟ ପାଖରେ ଏହି ଷ୍ଟାଚ୍ୟୁଟିକୁ ରଖା ଯାଇଥିଲା। ତେବେ ହଠାତ ତାହା ଆଜି ଭାଙ୍ଗି ତଳେ ପଡ଼ି ଯାଇଥିଲା। ସାମାନ୍ୟ ବର୍ଷା ଓ ପବନ ପରେ ଏହି ଘଟଣା ଘଟିଥିଲା । ଷ୍ଟାଚ୍ୟୁଟି ଖସିପଡ଼ିବା ସମୟରେ ସେଠାରେ କେହି ନଥିଲେ । ତେଣୁ କେହି ହତାହତ ହୋଇ ନାହାନ୍ତି ।

Hockey Player Statue

ଏହି ହକିର ପ୍ରତୀକ 'ଷ୍ଟାଚ୍ୟୁ'ଟି ଷ୍ଟାଡିୟମ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ଅବସ୍ଥିତ। ଏହାର ଉଚ୍ଚତା ପାଖାପାଖି ୪୦ ଫୁଟ ହେବ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଛି । ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ । ଏଥିମଧ୍ୟରୁ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି ।

ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା 'ଇମାଜେରୀ' ଏହି ମୂର୍ତ୍ତି ନିର୍ମାଣ କରିଛି । ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ତିନି ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚ୍ୟୁକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+