ରାଜ୍ୟରେ ୫ ମାସ ମଧ୍ୟରେ ଗଲାଣି ୪୦ଟି ହାତୀଙ୍କ ଜୀବନ, ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Odisha News: ରାଜ୍ୟରେ ୫ ମାସ ମଧ୍ୟରେ ଗଲାଣି ୪୦ଟି ହାତୀଙ୍କ ଜୀବନ । ସେହିପରି ୫ଟି କଲରାପତରିଆ ଏବଂ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏନେଇ ଗୃହରେ ଲିଖିତ ତଥ୍ୟ ରଖିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Odisha News

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ମଧ୍ୟରେ ରାଜ୍ୟରେ ୪୦ରୁ ଅଧିକା ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ କଲରାପତରିଆ ଏବଂ ୨ ଶହ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଏହି ସମ୍ପର୍କରେ ବିଭାଗୀୟ ତଦନ୍ତ ଜାରି ରହିଛି । ତେବେ ହାତୀ ମୃତ୍ୟୁ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ୨ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରକୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ତ କରାଯାଇଛି ।

ସେହିପରି ହାତୀ ଓ ବାଘ ମୃତ୍ୟୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ସୁରକ୍ଷା, ଖାଦ୍ୟ ବ୍ୟବସ୍ଥା, ବୃକ୍ଷରୋପଣ, ଚାରଣ ଭୂମିରେ ବିକାଶ, ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+