କୁଆଖାଇ ନଦୀରେ ବୁଡ଼ି ୪ ମୃତ

ଭୁବନେଶ୍ୱର:କୁଆଖାଇ ନଦୀରେ ବୁଡ଼ି ୪ ମୃତ । ୮ ଜଣ ସାଙ୍ଗ ଗାଧେଇ ଯାଇଥିବା ବେଳେ ଅଘଟଣ ଘଟିଥିବା ନେଇ ସୂଚନା । ଗାଧୋଇବା ବେଳେ ୪ ଜଣ ସାଙ୍ଗ ବୁଡିଯାଇଥିଲେ ଯାହା ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି ।

odisha

ସୂଚନା ଅନୁସାରେ, କାଲି ବାଲିଅନ୍ତା ଥାନା ଧବଳହାର ନିକଟରେ ବୁଡିଯାଇଥିଲେ ୪ ସାଙ୍ଗ । ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଥିଲେ । କାଲିଠୁ ଖୋଜାଖୋଜି ପରେ ଆଜି ଆଉ ୨ ଜଣଙ୍କର ମୃତଦେବ ଉଦ୍ଧାର କରାଯାଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ୱରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ ।

ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର, ବାଲିଅନ୍ତା ଅଗ୍ନିଶମ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଏବଂ ଓଡ୍ରାଫର ପ୍ରାୟ ୩୦ ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ନେଇ ସୂଚନା ରହିଛି । ସମସ୍ତ ଛାତ୍ର ଆସ୍ଥା ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଚ କଲେଜର । ଗାଧେଇ ଯିବା ସମୟରେ ୪ ଜଣ ଛାତ୍ରଙ୍କର ବୁଡିଯାଇ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+