ଘରେ ପଶି ଏସିଡ୍ ମାଡ଼, ୪ଗୁରୁତର
ଘରେ ପଶି ଏସିଡ୍ ଆଟାକ୍ କଲା ସ୍ୱାମୀ । ୨ ଶିଶୁଙ୍କ ସମେତ ୪ ଗୁରୁତର । ଦୁଇ ଭଉଣୀଙ୍କ ସମେତ ତାଙ୍କ ୨ ଛୋଟ ପିଲାଙ୍କୁ ହୋଇଛି ଏସିଡ୍ ମାଡ଼ ।

ବାଲେଶ୍ୱର: ଘରେ ପଶି ଏସିଡ୍ ଆଟାକ୍ କଲା ସ୍ୱାମୀ । ୨ ଶିଶୁଙ୍କ ସମେତ ୪ ଗୁରୁତର । ଦୁଇ ଭଉଣୀଙ୍କ ସମେତ ତାଙ୍କ ୨ ଛୋଟ ପିଲାଙ୍କୁ ହୋଇଛି ଏସିଡ୍ ମାଡ଼ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳରେ ଘଟିଛି ଏପରି ଜଘନ୍ୟ କାଣ୍ତ । ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି ବର୍ତ୍ତମାନ ତାଙ୍କୁ ସ୍ଥାନୀୟ ଡାଡକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବିବାହ ବିବାଦକୁ କେନ୍ଦ୍ର କରି ନିଜ ସ୍ତ୍ରୀ ସମେତ ତାଙ୍କ ବଡ଼ ଭଉଣୀ ବର୍ଷା ଓ ତାଙ୍କ ଦୁଇ ଛୁଆଙ୍କ ଉପରେ ଏସିଡ୍ ଆଟାକ୍ କରିଥିଲା ଚନ୍ଦନ । ସୂଚନା ଅନୁସାରେ, ଦେଢ ମାସ ତଳେ ନୀଳଗିରି ନାୟାପାଟଣାର ଚନ୍ଦର କୁମା ରଣାଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ବନିତାଙ୍କୁ ସ୍ୱାମୀ ଚନ୍ଦନଙ୍କର ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପାଇଁ ମିଳିଥିଲା । ଯାହା ପରେ ବନିତା ନିଜ ସ୍ୱାମୀଙ୍କ ଘର ଛାଡି ବାପ ଘରକୁ ଚାଲିଆସିଥିଲେ ।
ହେଲେ ଆଜି ଚନ୍ଦନ ଶ୍ୱଶୁର ଘରେ ଆସି ପହଁଚିଥିଲେ । ସେ ବନିତାଙ୍କ ସହ ପାଟିତୁଣ୍ତ କରିବା ସହ ତାଙ୍କ ଉପରକୁ ଏସିଡ୍ ଆଡାକ୍ କରିଥିଲେ । ତେବେ ବନିତାଙ୍କ ସମେତ ତାଙ୍କ ବଡ ଭଉଣୀ ଏବଂ ତାଙ୍କ ଦୁଇ ଛୁଆ ମଧ୍ୟ ଏସିଡ୍ ଆଟାକରେ ଆହତ ହୋଇଛନ୍ତି । ୪ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ଚନ୍ଦନ ଫେରାର ଅଛି ।












Click it and Unblock the Notifications