ବାତ୍ୟା ସମୟରେ ବିପନ୍ନଙ୍କୁ ଅପମାନିତ କରି ୪ ଅଧିକାରୀ ନିଲମ୍ବିତ
Cyclone Dana News: ବାତ୍ୟା 'ଦାନା'ର ସମୟରେ କାର୍ଯ୍ୟରେ ଅବହେଳଆ ପାଇଁ ଓ ବିପନ୍ନଙ୍କୁ ଅପମାନିତ କରି ୪ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏପରି ବଡ଼ ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଏପରି ଅଭିଯୋଗ ଆସିଲେ କାହାକୁ ବି ଛଡ଼ା ଯିବ ନାହିଁ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ କାର୍ଯ୍ୟ ଠିକ୍ ଭାବେ ତୁଳାଇ ନଥିଲେ ଏବଂ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା । ଯାହା ପରେ ରାଜ୍ୟ ସରକାର ଘଟଣାର ସତ୍ୟତା ଜାଣି ପାଇଁ ତଦନ୍ତ ଆରମ୍ଭ କରିଥିଲେ । ପ୍ରମାଣ ମିଳିବା ପରେ ୩ ପିଇଓ ଓ ଜଣେ ଆରଆଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ସେହିପରି ଆଉ କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି । ତେବେ ଯାଞ୍ଚ ହେବା ପରେ ସତ ପ୍ରମାଣିତ ହେଲା ପରେ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications