ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ଫସି ରହିଛନ୍ତି ୪ ଓଡ଼ିଆ
ତେଲକୋଇ: ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ଫସି ରହିଛନ୍ତି ୪ ଓଡ଼ିଆ । କେନ୍ଦୁଝର ତେଲକୋଇର ୩ ଓ ସଦର ଥାନା ଅଞ୍ଚଳର ଜଣେ ଥିବା ରହିଛି ସୂଚନା । କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ ଏହି ୪ ଜଣ । ଦର୍ଶନ ପୂର୍ବରୁ ଭୂସ୍ଖଳନ ଯୋଗୁଁ ଫସି ରହିଛନ୍ତିଏମାନେ । ୩ ଦିନ ହେଲାଣି ସେମାନେ ସେଠାରେ ଫଶି ରହିଥିବା ସୂଚନା ମିଳିଛି ।
ଗତ ୩୧ ତାରିଖ ରାତିରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ କେଦାରନାଥ ରାଜପଥ ଧୋଇ ହୋଇ ଯିବା ସହିତ ପୋଲ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଭୂଭାଗରେ ଯିବା ଆସିବା ବିଚ୍ଛିନ୍ନ ହୋଇ ପଡିଛି ।

ଫଳରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ(୩୫), ସରୁଆଳୀ ଗ୍ରାମର କାର୍ତ୍ତିକ ଖିଲାର(୪୪), ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ(୫୪) ଓ ସଦର ଥାନା ଅନ୍ତର୍ଗତ କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ(୨୮) ଫଶି ରହିଛନ୍ତି । ୩୧ ତାରିଖ ଦିନ କେଦାରନାଥଙ୍କୁ ପୂଜାର୍ଚ୍ଚନା ପରେ ୧ ତାରିଖ ସକାଳେ ଫେରିବା ଯୋଜନା ରହିଥିଲା ।












Click it and Unblock the Notifications