Get Updates
Get notified of breaking news, exclusive insights, and must-see stories!

ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌

ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏଥିସହ ଏ ଯାବତ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ।

ସମ୍ବଲପୁର: ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଫଳରେ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦେଇଛି । ଆଉ ଏହା ଫଳରେ ଏବେ ହୀରାକୁଦରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି ।

hirakud dam

ଗତକାଲି ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏଥିସହ ଏ ଯାବତ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୯୧ ହଜାର ୨୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୧ ହଜାର ୩୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳୀରେ ପହଂଚିବ ହୀରାକୁଦ ଜଳ ।

ସେପଟେ କଲମା ବ୍ୟାରେଜରୁ ୫ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମରେ ଏହି ପାଣି ପଂହଚିବା ପାଇଁ ଆହୁରି ୫ରୁ ୭ ଘଂଟା ଲାଗିବ ।

ସେପଟେ ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+