ଦୁର୍ଗାପୂଜାରେ ଅଘଟଣ: ରାମଦୋଳିରୁ ଖସି ୪ ଗୁରୁତର
ରାଉରକେଲା : ରାଉରକେଲା ଦୁର୍ଗାପୂଜାରେ ଅଘଟଣ । ରାମଦୋଳି ଛିଣ୍ଡି ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେକ୍ଟର-୬ ଟେଲିଫୋନ୍ ଭବନ ଦୁର୍ଗାପୂଜା ପେଣ୍ଡାଲ ସଂଲଗ୍ନ ମେଳାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଦମ୍ପତି ଓ ୧୨ ବର୍ଷର ଝିଅ ଆହତ ହୋଇଛନ୍ତି। ତଳେ ପଡ଼ି ମଧ୍ୟ ୫ ବର୍ଷର ପୁଅ ସୁରକ୍ଷିତ ରହିଛି। ସିଭିଲ୍ ଟାଉନ୍ସିପ୍ ନିବାସୀ ନୀଲେଶ ଅଗ୍ରୱାଲ ଏବଂ ପତ୍ନୀ ପୁନମ ଅଗ୍ରୱାଲଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଲୁହା ଆଙ୍ଗଲ୍ରେ ପିଟି ହୋଇ ଝିଅ ଆଦ୍ୟା ଅଗ୍ରୱାଲ୍ (୧୨)ଙ୍କ ମୁଣ୍ଡ ଫାଟିଛି।
ଏହି ସମୟରେ ସେଠାରେ ଉପସ୍ଥିତ ଜୋନ୍-୧ ଡିଏସ୍ପି ପୁଷ୍ପାରାଣୀ ନିନ୍ଗୀ, ସେକ୍ଟର-୭ ଥାନା ପୋଲିସ, ପୂଜା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସେକ୍ଟର-୧୯ ସ୍ଥିତ ଆଇଜିଏଚ୍ରେ ଭର୍ତ୍ତି କରିଛନ୍ତି। ତେବେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ କିପରି ଦୋଳିରୁ ଖସିପଡିଲେ ତାର ତଦନ୍ତ କରାଯାଉଛି ବୋଲି ଡିଏସ୍ପି ନିନଗୀ କହିଛନ୍ତି।
ସେକ୍ଟର-୬ ଟେଲିଫୋନ୍ ଭବନ ପଡ଼ିଆରେ ମିଆଁମାରର ବୁଦ୍ଧମନ୍ଦିର ଆକୃତିର ତୋରଣ ଦେଖିବାକୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଥିଲା।

ଗତକାି ମାଙ୍କ ମହା ଅଷ୍ଟମୀ ଥିବାରୁ ଅପରାହ୍ଣରୁ ପୂଜା ମଣ୍ଡପରେ ଗହଳି ଆରମ୍ଭ ହୋଇ ଯାଇଥିଲା। ଅଗ୍ରୱାଲ୍ ଦମ୍ପତି ପୁଅଝିଅଙ୍କ ସହ ପୂଜାମଣ୍ଡପ ବୁଲି ବାହାରିଥିଲେ। ସେମାନେ ସଂଧ୍ୟା ପ୍ରାୟ ୫ଟାରେ ଟେଲିଫୋନ୍ ଭବନ ମଣ୍ଡପରେ ପହଞ୍ଚିଥିଲେ। ମା'ଙ୍କ ଦର୍ଶନ ପରେ ଝିଅ ଓ ପୁଅ ରାମଦୋଳିରେ ଝୁଲିବାକୁ ବାପାଙ୍କ ପାଖରେ ଜିଦ୍ କରିଥିଲେ। ସମସ୍ତେ ଟିକେଟ୍ କାଟି ରାମଦୋଳିର ଗୋଟିଏ ବକ୍ସରେ ବସିଥିଲେ। ଦୋଳି ଚାଲିଥିବାବେଳେ ହଠାତ ବକ୍ସଟି ଭାରସାମ୍ୟ ହରାଇ ଦୋହଲି ଉଠିଥିଲା। ଫଳରେ ଝୁଲନ୍ତା ଅବସ୍ଥାରେ ଜଣକ ପରେ ଜଣେ ସମସ୍ତେ ତଳକୁ ଖସିପଡ଼ିବା ବେଳେ ଦୋଳିର ଲୁହା ବାଡ଼ରେ ପିଟି ହୋଇଥିଲେ। ଦୋଳି ବକ୍ସରେ ଲାଗିଥିବା ସୁରକ୍ଷାବାଡ଼ (ଲୁହାରଡ୍) ବାହାରିଯିବାରୁ ସମସ୍ତେ ତଳକୁ ଖସି ପଡ଼ିଥିଲେ ବୋଲି ଦେଖିବା ଲୋକ କହିଛନ୍ତି।












Click it and Unblock the Notifications