କାଳବୈଶାଖୀ ରଚିଲା ତାଣ୍ଡବ , ବଜ୍ରାଘାତରେ ଚାଲିଗଲା ୪ ଜୀବନ
କେନ୍ଦ୍ରାପଡା : ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସରବହାର ବିଚ୍ଛିନ୍ନ ରହିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଛି ।

ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣଙ୍କ ମୃତ୍ୟୁ ହେବା ସହ କୁଣ୍ଡିଲୋରେ ବଜ୍ରାଘାତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।












Click it and Unblock the Notifications