ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ
ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ,ଆଜି ୨ଟି ଟ୍ରେନ ବାତିଲ କରାଯାଇଛି । ରାଉଲକେଲା-ଭୁବନେଶ୍ୱର ଏକ୍ସପ୍ରେସ ଆଜି ପାଇଁ ରଦ୍ଦ କରାଯାଇଛି । ସେହିପରି ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଟ୍ରେନ ମଧ୍ୟ ଆଜି ପାଇଁ ବାତିଲ କରାଯାଇଛି ।
ସମ୍ବଲପୁର: ସର୍ଲା ୟାର୍ଡଠାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ବିଳମ୍ବିତ ରାତିରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଝାରସୁଗୁଡ଼ା ପଟୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ବେଳେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ଟ୍ରାକ ମରାମତି କାମ ଜାରି ରହିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କରାଣରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ସେହିପରି ୧୩ ତାରିଖ ଅର୍ଥାତ ଆଜି ପୁରୀ-ଇନ୍ଦୋର ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତ୍ରା କରିବ ରାଉରକେଲା ଗୁଣପୁର ଏକ୍ସପ୍ରେସ । ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁର ଷ୍ଟେସନ ଦେଇ ଛଡାଯାଇଛି ।

ଆଜି ୨ଟି ଟ୍ରେନ ବାତିଲ କରାଯାଇଛି । ରାଉଲକେଲା-ଭୁବନେଶ୍ୱର ଏକ୍ସପ୍ରେସ ଆଜି ପାଇଁ ରଦ୍ଦ କରାଯାଇଛି । ସେହିପରି ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଟ୍ରେନ ମଧ୍ୟ ଆଜି ପାଇଁ ବାତିଲ କରାଯାଇଛି । ସେହିପରି କିଛି ଯାତ୍ରୀବାହୀ ଟ୍ରେନର ଗତିପଥ ମଧ୍ୟ ବଦଳାଯାଇଛି । ଦୁର୍ଘଟଣାର ତଦନ୍ତ କରାଯାଉଛି ବୋଲି ସୂଚନା ଦେଲେ ସମ୍ବଲପୁର ଡିଆରଏସ୍ ।












Click it and Unblock the Notifications