ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ।

Bengali tourists

ସୂଚନା ଯୋଗ୍ୟ; ଆଜି ସକାଳେ କିଛି ବଙ୍ଗୀୟ ପର୍ଯ୍ୟଟକମାନେ ସାଙ୍ଗ ସାଥି ହୋଇ ସେକ୍ଟର ୯ ନମ୍ବର ବେଳାଭୁମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୁମିରେ ଗାଧୋଉଥିଲେ । ଏହି ସମୟରେ ସମୁଦ୍ର ସୁଅରେ ପର୍ଯ୍ୟଟକମାନେ ଭିତରକୁ ଚାଲିଯାଇଥିଲେ । ଅନ୍ୟ ପର୍ଯ୍ୟଟକମାନେ ଏହା ଦେଖି ତୁରନ୍ତ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ କର୍ମଚାରୀ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ପୁରୀ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+