ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟ ପରାମର୍ଶଦାତା ବୋର୍ଡ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଭିନ୍ନକ୍ଷମ ମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସାମାଜିକ- ଆର୍ଥିକ ମୂଳସ୍ରୋତରେ ସାମିଲ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି । ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକୁ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ପାଇଁ ଦକ୍ଷତା ତାଲିମ ଓ ଆତ୍ମନିଯୁକ୍ତିର ପନ୍ଥା ପ୍ରଶସ୍ତ କରିବାକୁ ସରକାର ଅଗ୍ରାଧିକାର ଦେଇଛନ୍ତି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଗଠିତ ରାଜ୍ୟ ପରାମର୍ଶଦାତା ବୋର୍ଡର ତୃତୀୟ ବୈଠକରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଧ୍ୟକ୍ଷତା କରି ଉପରୋକ୍ତ ମର୍ମରେ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଶଦ ସୂଚନା ଦେଇଛନ୍ତି ।

ବିଭିନ୍ନ ସରକାରୀ ପଦାଧିକାରୀ ଓ ଭିନ୍ନକ୍ଷମମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକରୁଥିବା ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଗଠିତ ପରାମର୍ଶଦାତା ବୋର୍ଡର ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ସୂଚନା ଦିଆଯାଇଥିଲା ଯେ 'ଶ୍ରଦ୍ଧାଳୟ' (ସମନ୍ୱିତ ଭିତ୍ତିଭୂମି ପୁଞ୍ଜ) ରାଜ୍ୟର ୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବାବେଳେ ଭିନ୍ନକ୍ଷମମାନଙ୍କ ପୁନର୍ବାସ ପାଇଁ ଭୁବନେଶ୍ୱର ସମେତ ତିନୋଟି ସ୍ଥାନରେ 'ମନୋଦୟ' ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।

ପ୍ରାୟ ୩୬ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ମଧୁବାବୁ ପେନ୍‌ସନ୍ ଯୋଜନାରେ ସାମିଲ ହୋଇଥିବାବେଳେ ପ୍ରାୟ ୩ ହଜାର ଭିନ୍ନକ୍ଷମଙ୍କୁ ଦକ୍ଷତା କୌଶଳ ତାଲିମ ଦିଆଯାଇଛି । ୧୦୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ସରକାରଙ୍କଠାରୁ ଆର୍ôଥକ ଅନୁଦାନ ପାଉଥିବାବେଳେ ପ୍ରାୟ ୨୫ ହଜାର ଭିନ୍ନକ୍ଷମ ଛାତ୍ରଛାତ୍ରୀ 'ବାଣୀଶ୍ରୀ' ବୃଦ୍ଧି ପାଉଛନ୍ତି । ପ୍ରତି ବ୍ଲକ୍‌ରେ 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି ଏବଂ ପ୍ରାୟ ୮୦ଟି ଉପଚାର କେନ୍ଦ୍ର କାର୍ଯ୍ୟ କରୁଛି ।

ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ବିଭିନ୍ନ ସରକାରୀ ବିଭାଗଗୁଡ଼ିକର ସହଯୋଗ କ୍ରମେ ସମନ୍ୱିତ ଉଦ୍ୟମ ବଳରେ ଭିନ୍ନକ୍ଷମମାନଙ୍କର ବିକାଶ ହୋଇପାରିବ ବୋଲି ମତଦେଇଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ପରାମର୍ଶଦାତା କମିଟି ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସଂପୃକ୍ତ କରି ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସମାଧାନପୂର୍ବକ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟକରୁଛି । ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ୨୯୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକରୁଛନ୍ତି ବୋଲି ସେ ଦର୍ଶାଇଥିଲେ ।

State Advisory board meeting

ବୈଠକରେ ଉପସ୍ଥିତ ସଦସ୍ୟମାନେ ଦେଇଥୁବା ବିଭିନ୍ନ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସରକାରୀ ଓ ସରକାରୀ ଉଦ୍ୟୋଗଗୁଡ଼ିକରେ କାର୍ଯ୍ୟରତ ଭିନ୍ନକ୍ଷମ କର୍ମଚାରୀଙ୍କ ଚିହ୍ନଟ, ସେମାନଙ୍କ ପାଇଁ ଯାତାୟତ ଉତ୍ତାର ସଂଶୋଧନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ଅନ୍ତର୍ଭୁକ୍ତି, ଥାନା ଓ ଡାକ୍ତରଖାନା କର୍ମଚାରୀମାନଙ୍କ ପାଇଁ ସାଂକେତିକ ଭାଷାର ତାଲିମ, ବ୍ରେଲି ତଥା ସାଂକେତିକ ଭାଷାରେ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀଗୁଡ଼ିକର ସାର୍ବଜନୀନ ଉପଲବ୍ଧି, ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ରିହାତିରେ ଋଣ, ଘରୋଇ ଉଦ୍ୟୋଗଗୁଡ଼ିକରେ ଭିନ୍ନକ୍ଷମମାନଙ୍କ ନିଯୁକ୍ତି, ବିଭିନ୍ନ ସ୍ମାର୍ଟ ଉପକରଣରେ ଉପରେ ଥିବା ଜିଏସ୍‌ଟିର ସଂଶୋଧନ, ଭିନ୍ନକ୍ଷମମାନଙ୍କ ଦ୍ୱାରା ବ୍ୟବହୃତ ଯାନବାହନ କ୍ରୟରେ ରିହାତି ସୁବିଧା, ଖେଳକୁଦରେ ସଂପୃକ୍ତ ଭିନ୍ନକ୍ଷମମାନଙ୍କ ପାଇଁ ଅଧିକତର ସୁବିଧା ଏବଂ ଗମନାଗମନ ପାଇଁ ଅନୁକୂଳ ପରିବେଶ ଇତ୍ୟାଦି ପ୍ରସଙ୍ଗ ରହିଥିଲା ।

ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ତଥା ସଫଳତା ଉପସ୍ଥାପିତ ହୋଇଥିବାବେଳେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ବିଭିନ୍ନ ସଂଗଠନର ପ୍ରତିନିଧ୍ୱ କରିଥିବା କସ୍ତୁରୀ ମହାପାତ୍ର, ବିଜୟ ପରିଡ଼ା, ନାରାୟଣ ପତି, ନିରଞ୍ଜନ ଜେନା, ସୁରେଶ ଚନ୍ଦ୍ର ପଣ୍ଡା, ଅକ୍ଷୟ ସାହୁ, ଗୌରୀଶଙ୍କର ପଣ୍ଡା, ସୁଜାତା ପଟ୍ଟନାୟକ, ରଣଜିତ ମହାପାତ୍ର, ପ୍ରମୋଦ ମଲ୍ଲିକ, କମଳାକାନ୍ତ ରଥ, ଚୁମକି ଦତ୍ତ, ଗୋପାଙ୍ଗନା ଦାସ, କମଳାକାନ୍ତ ନାୟକ, ଦାମୋଦର ଦାସ ତଥା ଅନ୍ୟମାନେ ବୈଠକରେ ସେମାନଙ୍କ ମତ ଓ ପ୍ରସ୍ତାବମାନ ରଖୁଥିଲେ । ବିଭିନ୍ନ
ସରକାରୀ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+