Get Updates
Get notified of breaking news, exclusive insights, and must-see stories!

ଓମିକ୍ରନ୍‌ ରିସ୍କ ଥିବା ଦେଶରୁ ଓଡିଶା ଫେରିଛନ୍ତି ୩୮୦ ଜଣ

ଚିନ୍ତା ବଢାଲାଣି ଓମିକ୍ରନ୍‌ । ଓମିକ୍ରନ୍‌ ଭାରିଆଣ୍ଟ ମିଳିଥିବା ଦେଶମାନଙ୍କରୁ ଓଡିଶା ଫେରିଛନ୍ତି ୩୮୦ ଜଣ ପ୍ରବାସୀ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଭୁବନେଶ୍ବର: ଚିନ୍ତା ବଢାଲାଣି ଓମିକ୍ରନ୍‌ । ଓମିକ୍ରନ୍‌ ଭାରିଆଣ୍ଟ ମିଳିଥିବା ଦେଶମାନଙ୍କରୁ ଓଡିଶା ଫେରିଛନ୍ତି ୩୮୦ ଜଣ ପ୍ରବାସୀ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

omicron

ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ପୂରା ବିଶ୍ୱକୁ ଚିନ୍ତା ଘାରିଛି । ଦିନ ବିତିବା ସହ ଏହି ଭାରିଆଣ୍ଟ ଏବେ ପ୍ରତ୍ୟେକ ଦେଶକୁ ବ୍ୟାପିବା ଆରମ୍ଭ କରିଛି । ପାଖାପାଖି ୨୫ ଦେଶକୁ ଏହି ଭାରିଆଣ୍ଟ ବ୍ୟାପିଥିବା ବେଳେ ଭାରତରେ ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଇଛି । ସମସ୍ତ ଟେଷ୍ଟ ପରେ ଯାତାୟତ ପାଇଁ ଅନୁମତି ଦିଆଯାଉଛି । ଖାସକରି ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଉପରେ ଦୃଷ୍ଟି ରଖଯାଇଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଓମିକ୍ରନ୍‌ ରିସ୍କ ଥିବା ଦେଶରୁ ଓଡିଶା ଏବେ ଯାଏଁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ଜଣ । ଏହାପରେ ୨୯ ତାରିଖରେ ଆଉ ୧୫୬ଜଣ ଆସିଛନ୍ତି । ସମସ୍ତଙ୍କର ଟେଷ୍ଟ ହୋଇଛି । ଯଦି ଏହି ଟେଷ୍ଟରେ ସେମାନଙ୍କର ନେଗେଟିଭ୍‌ ଆସିଲା । ତେବେ ସେମାନଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ । କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ ଚାଲୁ ରହିଛି ।

Director of Public Health

ଏହାସହ ଓମିକ୍ରନ ରିସ୍କ ଦେଶରୁ ଫେରୁଥିବା ବିଦେଶ ଫେରନ୍ତାଙ୍କ ପୂରା ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ତେଣୁ ଏମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ବେଶ ସହଜରେ ନଜର ରଖଯାଇପାରିବ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି । ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣ ଆଫ୍ରିକାରେ ୨୪ଘଣ୍ଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+