ଏବେ ବି ରାଜ୍ୟର ରାସ୍ତା କଡ଼ରେ ୩୯୩ ଶିଶୁ କାଟୁଛନ୍ତି ଜୀବନ
ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଅତିବାହିତ କରୁଛନ୍ତି ଜୀବନ । ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ।
ଭୁବନେଶ୍ୱର: ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଅତିବାହିତ କରୁଛନ୍ତି ଜୀବନ । ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।

ତାଲିକାର ପ୍ରଥମ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏହି ଜିଲ୍ଲାରେ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା, ଏଠାରେ ୩୦ ଜଣ ଶିଶୁ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଛନ୍ତି ।
ତେବେ ରାସ୍ତାକଡର ଶିଶୁ ମାନଙ୍କୁ ସମାଜର ମୁଖ୍ର ସ୍ରୋତରେ ସାମିଲ କରିବାକୁ ସରକାର ବେଶ ଯତ୍ନଶୀଳ ଏବଂ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ଓଏସସିପିସିଆର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ୧୦୯୮ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ବ୍ଲକ କମିଟି, ପଞ୍ଚାୟତସ୍ତରୀୟ କମିଟି କାର୍ଯ୍ୟରତ । ଏହାବ୍ୟତୀତ ରାସ୍ତା କଡରେ ରହୁଥିବା ଶିଶୁ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସେପଟେ ଆଜି ବିଧାନସଭା ଗୃହରେ ଭଦ୍ରକ ମଦମୃତ୍ୟୁକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏନେଇ ଲିଖିତ ଉତ୍ତର ରଖିଛନ୍ତି । ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାର ୯ ଜଣଙ୍କ ଜୀବନ ଯାଇଥିବା ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ । ରାଜ୍ୟରେ ବିଷାକ୍ତ ମଦ ପିଇ ମୋଟ ୫୦ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୧୧-୧୨ ମସିହାରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।












Click it and Unblock the Notifications