ଭୁବନେଶ୍ୱର ବିଜେଡିକୁ ଝଟକା, ଦଳ ଛାଡି ବିଜେପିରେ ସାମିଲ ହେଲେ ୩୭ ନମ୍ବର ୱାର୍ଡ କର୍ପୋରେଟର

ଭୁବନେଶ୍ୱରରେ ବିଜେଡିକୁ ଝଟକା, ବିଜେଡି ଛାଡି ବିଜେପିରେ ମିଶିଲେ କର୍ପୋରେଟର । ଭୁବନେଶ୍ୱର ୩୭ ନମ୍ବର ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ଶୁକ୍ରବାର ବିଜେଡି ଛାଡିବା ପରେ, ବିଜେପିରେ ସାମିଲ ହେଇଛନ୍ତି ।

37th ward corporator

ତାଙ୍କ ସହ ତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଛାତ୍ର ବିଜେଡ଼ିର ଉପ ସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ରାୟଗଡାରୁ କିଛି ସରପଞ୍ଚ ଓ ସମିତିସଭ୍ୟ ତଥା ବିଜେଡିର କିଛି ନେତା ବିଜେପିରେ ଯୋଗ ଦେଇଛନ୍ତି ।

ତେବେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଲା ପରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। ଲୋକଙ୍କ କାମ କରିବା ପାଇଁ ଅନନ୍ତ ତାଙ୍କୁ ସମର୍ଥନ କରୁନଥିଲେ । ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା ବୋଲି ସେ କହିଛନ୍ତି । ଏହାସହ ତଳ ସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପର ସ୍ତରର ଜନ ପ୍ରତିନିଧିଙ୍କ ସପୋର୍ଟ ନଥିଲା। ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ ବୋଲି କହିଛନ୍ତି ବନ୍ଦିତା। ଖାଲି ସେତିକି ନୁହେଁ, ଯେଉଁମାନେ ଲୋକଙ୍କ କାମକୁ ବିରୋଧ କରୁଛନ୍ତି, ସେ ଦଳକୁ ପ୍ରତ୍ୟାଖିତ କରିଛି । ଲୋକ ସବୁ ଜାଣିଛନ୍ତି, ଲୋକଙ୍କ ହିଁ ବିଜେପି ସରକାରକୁ ବାଛିଛନ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+