କଟିବ ୩୭ ଲକ୍ଷ ରାସନ କାର୍ଡ ! ସରକାର ଦେବେନି ରାସନ !
ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିବନି ସୁବିଧା । କଟିବ ୩୭ ଲକ୍ଷ ରାସନ କାର୍ଡ ! ସରକାର ଦେବେନି ରାସନ । କଡ଼ା ଆଭିମୁଖ୍ୟ ନେଲେ ମୋହନ ସରକାର । ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ଆବେଦନର ଶେଷ ତାରିଖ ରହିଛି । ତେଣୁ ହାତରେ ରହିଛି ଆଉ ମାତ୍ର ୩ ଦିନ । ଯଦି ଏହି ସମୟସୀମା ଭିତରେ ହିତାଧିକାରୀ E-kyc ଆବେଦନ ନକରନ୍ତି ତେବେ ସେମାନେ ସରକାରଙ୍କ ରାସନ ସୁବିଧାରୁ ବଞ୍ଚିତ ରହିବେ ।
ସରକାର ଦେଇଥିବା ସମୟ ଅବଧିକୁ ଆଉ ବଢ଼ାଯିବ ନାହିଁ । ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- kyc କରିନାହାନ୍ତି । ଯେଉଁମାନେ E-kyc କରି ନାହାନ୍ତି, ସେମାନେ କରିଦିଅନ୍ତୁ । ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ । ତା' ସହ ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ସରକାରୀ ଅଫିସର ରାସନ୍ କାର୍ଡ ନେଇଛନ୍ତି ସରେଣ୍ଡର କରନ୍ତୁ । ସରେଣ୍ଡର ପିରିୟଡ ଶେଷ ହେବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନଥିବେ । ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଆକ୍ସନ ନେବେ ସରକାର ।

ସେପଟେ ହିତାଧିକାରୀଙ୍କ ସରୁନି kyc ଦୁଃଖ । kyc ଅପଡେଟ୍ ପାଇଁ ପୂର୍ବ ଦିନ ସଂନ୍ଧ୍ୟାରୁ ମହିଳା, ବୃଦ୍ଧ, ବୃଦ୍ଧା ଶୀତ କାକରରେ ବ୍ୟାଙ୍କ ସାମ୍ନାରେ ପଡ଼ି ରହୁଛନ୍ତି । ଏମିତି ଚିତ୍ର ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ । ଅପରାହ୍ଣ ୪ଟା ସୁଦ୍ଧା kyc କାମ ସରୁନଥିବାରୁ ଠେଲାପେଲା ହୋଇ ମେଡିକାଲରେ କିଛି ଲୋକ ଭର୍ତ୍ତି ହୋଇଛନ୍ତି । ଆଉ ରାତି ଉଜାଗର ହୋଇ ରାସନକାର୍ଡ ଖଣ୍ଡିଏ ପାଇଁ kyc ଅପ୍ଡେଟ୍ କରିବାକୁ ମଶା ଡାଆଁଶରେ ପଡ଼ିରହୁଛନ୍ତି ।












Click it and Unblock the Notifications