ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୭.୬୪% ମତଦାନ
ଭବନେଶ୍ୱର: ଓଡ଼ିଶା ସମେତ ଦେଶରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି ।

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୦.୭୧% ଭଦ୍ରକରେ ୩୬.୬୪%, ଜଗତସିଂପୁରରେ ୩୮.୮୨% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୩୩.୯୬%, କେନ୍ଦ୍ରାପଡାରେ ୩୫.୮୪%, ମୟୂରଭଞ୍ଜରେ ୪୦.୦୯% ମତଦାନ ହୋଇଛି ।












Click it and Unblock the Notifications