ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁବିଧା ପାଇଁ ଚାଲିବ ୩୬୫ ସ୍ୱତନ୍ତ୍ର ଟ୍ରେନ
ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ଏହି ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ବାର୍ଷିକ ଯାତ୍ରାରେ ପୁରୀରେ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସହଜ କରିବା ପାଇଁ ରେଳବାଇ ପକ୍ଷରୁ ଏହିଭଳି ବ୍ୟବସ୍ଥା କରାଯାଇଛି। ରେଳବାଇ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଟ୍ରେନ୍ ଚଳାଚଳ କରିବା ପାଇଁ ଉଦ୍ୟମ ଜାରି ରଖିଛି।
ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ମଧ୍ୟ ପୁରୀକୁ ଟ୍ରେନ୍ ବି ଗଡ଼ିବ। ଆନ୍ଧ୍ରପ୍ରଦେଶର ପଲାସା, ବିଶାଖାପାଟଣା, ଛତିଶଗଡ଼ର ଜଗଦଲପୁର, ମହାରାଷ୍ଟ୍ରର ଗୋଣ୍ଡିଆ ଓ ପଶ୍ଚିମବଙ୍ଗର କୋଲକାତାରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବ।

ମହାପ୍ରଭୁଙ୍କ ବଡ଼ ପର୍ବ ରଥଯାତ୍ରାର ସମୟ ପାଖେଇ ଆସୁଛି। ଆଉ ମାତ୍ର ୪ ଦିନ ପରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଛନ୍ତି। ରଥଯାତ୍ରାର ମୁଖ୍ୟ ଆକର୍ଷଣ ତିନି ରଥର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀରେ ଭକ୍ତମାନଙ୍କର ଭିଡ଼ ଧୀରେଧୀରେ ବଢ଼ିବାରେ ଲାଗିଛି। ହୋଟେଲ, ଲଜ୍, ମଠଗୁଡ଼ିକରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି। ରଥଯାତ୍ରା ପୂର୍ବରୁ ପୁରୀରେ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆହୁରି ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।












Click it and Unblock the Notifications